ଭୁବନେଶ୍ୱର ; ଏଣିକି ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ । କିପରି ଚାଷୀର ଉତ୍ପାଦ ନଷ୍ଟ ହେବ ନାହିଁ ଏବଂ ଚାଷୀମାନେ ଉଚିତ୍ ମୂଲ୍ୟ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି । ସେହିପରି ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଖୁବଶୀଘ୍ର ହେବ । ଏବଂ ସେଠାକୁ ଚାଷୀ କିଭଳି ନିଜ ଉତ୍ପାଦ ଆଣି ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରାଯିବା । ତେବେ ଯେଉଁ ବ୍ୟବସ୍ଥା ୨୪ ବର୍ଷ ଧରି ଚାଲିଥିଲା, ତାହା ଏବେ ବଦଳିଛି । ଦୁର୍ନୀତିଗ୍ରସ୍ତ ମିଲର୍, ଦଲାଲ୍ ଓ ଅଫିସରଙ୍କ ଉପରେ ଆକ୍ସନ୍ ନିଆଯିବା ସହିତ କଟନୀ ଛଟନୀ ବନ୍ଦ ହୋଇଥିବା ନେଇ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଚଳିତ ବର୍ଷ ଆଳୁ ଚାଷ ଭଲ ହୋଇଛି । ଏଣିକି ଆଳୁ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ଅନ୍ୟ କେଉଁ ରାଜ୍ୟ ଉପରେ ନିର୍ଭର କରିବନି । ଏହାସହିତ ଧାନ ଭଳି ହେବ ପରିବା ମଣ୍ଡି ମଧ୍ୟ ହେବ । ଯାହାଦ୍ୱାରା ଚାଷୀମାନେ ଶୀତଳଭଣ୍ଡାରରେ ପନିପରିବା ରଖିପାରିବେ । ଚାଷୀ ମାରଣ ନୀତି ବରଦାସ୍ତ କରାଯିବ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।