ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଲୋକସଭା ଏବଂ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେ ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ଚାଲିବ । ମେ ୧୫ରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୭ ତାରିଖରେ ପ୍ରତ୍ୟାହାର କରାଯାଇପାରିବ । ଜୁନ୍ ୧ ତାରିଖରେ ଭୋଟ ଗ୍ରହଣ ହେବ ଓ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ।
ଗତକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନରେ ଭୋଟିଂ ହେବ । ଏହି ୬ଟି ଲୋକସଭା କ୍ଷେତ୍ର ହେଉଛି ପୁରୀ, କଟକ, ଭୁବନେଶ୍ୱର, ଢେ଼ଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୨୫ ରେ ହେବ ।
ଅଧିକ ପଢନ୍ତୁ : ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି