ଜୁଲାଇ ୭ରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ ଆଉ ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହିତ ଚନ୍ଦନଯାତ୍ରା ବି ଆରମ୍ଭ ହେବ । ତେଣୁ ରଥ ନିର୍ମାଣ ପାଇଁ ଭୋଇସେବକମାନେ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲୁହା ଓ ବାଉଁଶ ବନ୍ଧାଯାଇ ଚାଳି ପ୍ରସ୍ତୁତ କରିବା ସହିତ ଚାଳି ଉପରେ ଚାଞ୍ଚରା ପକାଯାଉଛି । ଅନୁକୂଳ ପୂଜା ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି ।
ସେହିପରି ଚନ୍ଦନଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ପୋଖରୀ ଯିବା ବାଟରେ ଠାକୁର ଅନେକ ସ୍ଥାନରେ ପନ୍ତି ଭୋଗ ଖାଇବେ । ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ଚାଳିଆ ପ୍ରସ୍ତୁତ କରାଯିବ ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଡ଼ ପ୍ରସ୍ତୁତ ହେବ । ଚଳିତ ମାସ ୧୮ ତାରିଖ ଭିତରେ ଏହି ସମସ୍ତ କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି ।
ଅଧିକ ପଢନ୍ତୁ : ବିଦେଶୀ ମଦ ଚାଲାଣ ବେଳେ ଚଢ଼ଉ