ନୂଆଦିଲ୍ଲୀ: ପହଲଗାମ ଆକ୍ରମଣରେ ମୃତ ବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜମ୍ମୁ କାଶ୍ମୀର ଗସ୍ତରେ ଥିବା ସାଂସଦ ମୃତ ପ୍ରଶାନ୍ତ ଶତପଥୀଙ୍କୁ ଶେଷ ଦର୍ଶନ କରିବା ସହିତ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ଭେଟିଛନ୍ତି । ସେମାନଙ୍କୁ ସମବେଦନା ଜଣାଇବା ସହିତ ଆଲୋଚନା ମଧ୍ୟ କରିଛନ୍ତି ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁଲମାର୍ଗରେ ପବ୍ଲିକ୍ ଆକାଉଣ୍ଟ୍ କମିଟି ବୈଠକରେ ଯୋଗ ଦେବାକୁ ଶ୍ରୀନଗର ଗସ୍ତ କରିଥିଲେ । ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ସାଂସଦ ।
ଅନ୍ୟପକ୍ଷରେ ଆଜି ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ସମସ୍ତ ମୃତକଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।