ଚେକ୍ ଗେଟ ନିକଟରେ କାରରୁ ଟଙ୍କା ଜବତ । ନିଲଡୁଙ୍ଗୁରୀ ଚେକ୍ ଗେଟ ନିକଟରେ ଚଢ଼ାଉ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏହି ଚଢ଼ଉବେଳେ କାରରୁ ଜବତ ହେଲା ପୁଳା ପୁଳା ଟଙ୍କା । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ତଥା ସଦର ଥାନା ଅନ୍ତର୍ଗତ ନିଲଡୁଙ୍ଗୁରୀ ଚେକ୍ ଗେଟ ନିକଟରେ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ଉରେ ଜଣେ ଯୁବକଙ୍କ କାରରୁ ୧ଲକ୍ଷ ୬୧ ହଜାର ୮୦୦ ନଗଦ ଟଙ୍କା ଜବତ କରାଯାଇଛି ।
ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଳକିଙ୍କ ଓ ବେକିଙ୍ଗ ପଏଣ୍ଟ କରାଯାଇ ଯାଞ୍ଚ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୀଲଡୁଙ୍ଗୁରୀ ଚେକ ଗେଟରେ ପୋଲିସ ଯାନବାହାନ ଯାଞ୍ଚ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ଅମିତ ଜୟଶ୍ବାଳ ଏକ କାର ରେ ଥିବା ୧ଲକ୍ଷ ୬୧ ହଜାର ୮୦୦ ନଗଦ ଟଙ୍କା ଜବତ କରାଯାଇଛି। ତେବେ ବର୍ତ୍ତମାନ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ କାରରେ ପର୍ଯ୍ୟାପ୍ତ ଟଙ୍କା ରଖି କାର ଚାଳକ ଜଣକ ପୋଲିସକୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଏହି କାରଣରୁ ପୋଲିସ ଟଙ୍କା ଜବତ କରି ତଦନ୍ତ ଜାରି ରଖୁଛି ବୋଲି ଏସଡିପିଓ ସୁଚନା ଦେଇଛନ୍ତି।
ଅଧିକ ପଢନ୍ତୁ :ଚତୁରତାର ସହ ଲୁଟ କଲେ ଦୁର୍ବୁତ୍ତ