ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏହାସହିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ରଥ ନିର୍ମାଣର ଶୁଭ ଅନୁକୂଳ ହେବ । ଏବଂ ଚନ୍ଦନ ଯାତ୍ରା ପାଇଁ ଜିଲ୍ଲା ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ନରେନ୍ଦ୍ର ପୁଷ୍କରୀଣି ସଜେଇ ହୋଇଥିବା ବେଳେ ଚାପ ଡଙ୍ଗା ନନ୍ଦା ଓ ଭଦ୍ରା ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ।
ଭୋରରୁ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ଆରମ୍ଭ ହୋଇଛି । ଏବଂ ଅପରାହ୍ନ ସାଢେ ୩ଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ , ଭୂଦେବୀ , ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଂଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ନନ୍ଦା ଓ ଭଦ୍ରା ନୈାକାରେ ବିଜେ କରି ଜଳକ୍ରିଡା କରିବା ସହିତ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ । ତେବେ ମହାପ୍ରଭୁଙ୍କ ଚନ୍ଦନ ଚାପକୁ ଶୃଙ୍ଖଳିତ କରିବା ପାଇଁ ୪ ଫ୍ଲାଟୁନ ପୋଲିସ ଫୋର୍ସ ସହ ୨ ଅତିରିକ୍ତ ଏସପି, ୭ ଇନିସପେକ୍ଟର,୧୭ ସବ ଇନିସପେକ୍ଟର , ଦାୟିତ୍ୱରେ ରହିବେ ।