ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଘାଟିରେ ଏକ ଅଘଟଣ ଘଟିଯାଇଛି । ୫୦ ଫୁଟ ତଳକୁ ଖସି ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗ୍ରାମର ରଞ୍ଜିତ ବେହେରା ।
ସୂଚନା ଅନୁସାରେ ରଞ୍ଜିତ କୌଣସି କାମରେ ପାଟଦର୍ହାରୁ ନାଗପଡା ଫେରୁଥିବା ସମୟରେ ଭରସାମ୍ୟ ହରାଇ ଘାଟିର ୫୦ ଫୁଟ ତଳକୁ ଖସି ପଡିଥିଲା ବାଇକ୍ । ବୋଡେନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ବୋଡେନ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।