ନୂଆଦିଲ୍ଲୀ: କର୍ଣ୍ଣାଟକର ପ୍ରସିଦ୍ଧ ସାହିତ୍ୟିକା ବନୁ ମୁସ୍ତାକ ସମ୍ମାନ ଜନକ ଅନ୍ତର୍ଜାତୀୟ “ବୁକର୍ ପୁରସ୍କାର” ଜିତିଛନ୍ତି । ସବୁବେଳେ ମହିଳାଙ୍କ ଜୀବନ, ଜାତି, ଶକ୍ତି ଏବଂ ନିର୍ଯ୍ୟାତନା ବିଷୟରେ ନିଜର ଲେଖା ମାଧ୍ୟମରେ ସ୍ୱର ଉଠାଉଥିବା ଲେଖିକା ବନୁ ମୁସ୍ତାକଙ୍କୁ ତାଙ୍କ ପୁସ୍ତକ "ହର୍ଟ ଲ୍ୟାମ୍ପ୍" ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବନୁଙ୍କ ଅନୁବାଦକ ଦୀପା ଭାସ୍ତିଙ୍କୁ ମଧ୍ୟ ଅନ୍ତର୍ଜାତୀୟ ବୁକର ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ କରିବା ପରେ ବନୁ କହିଛନ୍ତି, “ଏହା ଏପରି ଅନୁଭବ ହେଉଛି ଯେପରି ହଜାର ହଜାର ଜୁଳୁଜୁଳିଆ ଗୋଟିଏ ଆକାଶକୁ ଆଲୋକିତ କରୁଛନ୍ତି- ସଂକ୍ଷିପ୍ତ, ଉଜ୍ଜ୍ୱଳ ଏବଂ ସମ୍ପୂର୍ଣ୍ଣ ସାମୂହିକ” ।
୭୭ ବର୍ଷୀୟା ବନୁ ମୁସ୍ତକ କର୍ଣ୍ଣଟକର ମୂଳ ବାସିନ୍ଦା ଅଟନ୍ତି । ସେ ପ୍ରଥମ କନ୍ନଡ଼ ଭାଷା ଲେଖିବାଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଇଂରାଜୀ ଅନୁବାଦରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି । ଲେଖିବା ସହିତ ସେ ଜଣେ ଆଇନଜୀବି ମଧ୍ୟ । ମହିଳାଙ୍କ ଅଧିକାର ଓ ଆଇନଗତ ଭେଦଭାବ ପାଇଁ ସେ ସବୁବେଳେ ଲଢ଼େଇ କରନ୍ତି । ବନୁ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଲେଖିବା ଉପରେ ରୁଚି ରଖନ୍ତି । ସେ ଛାତ୍ରୀ ଅବସ୍ଥାରେ ପ୍ରଥମେ ସଂକ୍ଷିପ୍ତ କାହାଣୀ ରଚନା କରିଥିଲେ । ଯାହା କନ୍ନଡ଼ର ଏକ ପତ୍ରିକା ପ୍ରଜାମାତାରେ ପ୍ରକାଶ ପାଇଥିଲା ।
ତେବେ “ହର୍ଟ ଲ୍ୟାମ୍ପ” ଦ୍ୱିତୀୟ ପୁସ୍ତକଭାବେ ବୁକର୍ ପୁରସ୍କାର ଗ୍ରହଣ କରିଛି । ଏହା ପୂର୍ବରୁ ୨୦୨୨ ରେ ଗୀତାଞ୍ଜଳି ଶ୍ରୀ ଏବଂ ଅନୁବାଦିକା ଡେଜି ରକୱେଲ୍ “ଟମ୍ବ ଅଫ୍ ସ୍ୟାଣ୍ଡ୍” ପାଇଁ ଏହି ପୁରସ୍କାର ଜିତିଥିଲା ।