କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଆଜି ସକାଳ ୯ ଟା ସମୟରେ ତିନି ମୁହାଣ ରାମ ମନ୍ଦିରରେ ପହଂଚି ଠାକୁରଙ୍କୁ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ ବାହାରିବେ ବୈଜୟନ୍ତ । ଏହି ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସ୍ତରର ବହୁ ନେତା ଓ ବିଧାୟକ ପ୍ରାର୍ଥୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ତିନିମୁହାଣ, ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ। ଏଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।