ସୁନାର ଦର ବୃଦ୍ଧି ନେଇ ଚିନ୍ତାରେ ଗ୍ରାମବାସୀ । ତେବେ ଦିନକୁ ଦିନ ସୁନାର ଦର ବୃଦ୍ଧି ପାଉଥିବା ବେଳେ । ଆଜି ସୁନାଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ କାଲି ସୁନା ଦର ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୩୪୦ ଟଙ୍କା ଥିବା ବେଳେ ଆଜି ତାହା ପରିବର୍ତ୍ତନ ହୋଇ ୭୪,୨୪୦ ଟଙ୍କାକୁ ପହଁଚିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର କାଲି ୧୦ ଗ୍ରାମ ପିଛା ୬୮,୧୫୦ ଟଙ୍କା ଥିବା ବେଳେ ଆଜି ତାହା ପରିବର୍ତ୍ତନ ହୋଇ ୬୮,୦୫୦ ଟଙ୍କାକୁ ପହଁଚିଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୮୦୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୪,୪୪୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୨୦ ଗ୍ରାମ ୧୦୦ପିଛା ୯,୦୦୦ ଓ ୧ କେଜି ପିଛା ୯୦,୦୦୦ ଟଙ୍କା ରହିଛି।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
ଅଧିକା ପଢନ୍ତୁ: ଅଂଶୁଘାତରେ ଆକ୍ରାନ୍ତ ହେଲେ ୨୮ ଜଣ