ଅଂଶୁଘାତରେ ଆକ୍ରାନ୍ତ ହେଲେ ୨୮ ଜଣ । ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାହାଫଳରେ ଅଧିକାଂଶ ଲୋକେ ଅଂଶୁଘାତର ଶିକାର ହେଉଛନ୍ତି । ତେବେ ସପ୍ତାହ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨୮ ଜଣ ଅଂଶୁଘାତର ଶିକାର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ,ରାଜ୍ୟରେ ହିଟୱେଭ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଅସହ୍ୟ ତାତି ପାଇଁ କଲବଳ ହେଉଛନ୍ତି ରାଜ୍ୟ ବାସୀ । ଏଭଳି ଅସହ୍ୟ ତାତି ପାଇଁ ଅଧିକାଂଶ ଲୋକେ ଅଂଶୁଘାତର ଶିକାର ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ସ୍ୱାସ୍ଥ୍ୟ ଅଧିକାରୀ ପକ୍ଷରୁ ସତର୍କ ସୂଚନା ଦିଆଯିବା ସହ ବାହାରକୁ ଯିବା ସମୟରେ ତାତିରୁ ରକ୍ଷା ପାଇଁ ଆବଶ୍ୟକୀୟ ଜିନିଷ ନେବା ପାଇଁ ମଧ୍ୟ କୁହାଯାଇଛି ।
ଅଧିକ ପଢନ୍ତୁ :ଆହୁରି ଅନୁଭୂତ ହେବ ଅସହ୍ୟ ତାତି