ଆଜି ବି ସାରା ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜଳୁଛି ସାରା ରାଜ୍ୟ। ତେବେ ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଉଚ୍ଚ ତାପମାତ୍ରା ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପରିକି ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ମଧ୍ୟ ରହିଛି ।
ସୂଚନା ଅନୁସାରେ , ତତଲା କଡେଇରେ ସିଜୁଛି ସାରା ରାଜ୍ୟ। ସେହିଭଳି ଆଜି ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେଣୁ ଏଥିପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଗ୍ରୀଷ୍ମପ୍ରବାହର ଏଭଳି ସ୍ଥିତିରୁ ଆସନ୍ତା କାଲିଠୁ ସାମୟିକ ଆଶ୍ୱସ୍ତି ମିଳିପାରେ। ପଶ୍ଚିମା ଝଡ଼ ଯୋଗୁଁ କାଲିଠୁ ୨୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଦେଖିବାକୁ ମିଳିବ। ୨୨ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ। ତେବେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବାସୀଙ୍କୁ କିଛି ଟା ଆସ୍ୱସ୍ଥି ମିଳିପାରେ।