ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ବିନ୍ଦୁସାଗରରେ ଚାଲିଛି ପିଣ୍ଡ ଦାନ କାର୍ଯ୍ୟ ଭୁବନେଶ୍ବର, ସେପ୍ଟେମ୍ୱର ୨୫(ଖବର ଓଡ଼ିଶା) Share story: ଆଜି ପବିତ୍ର ମହାଳୟା ।ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ କାର୍ଯ୍ୟ ଚାଲିଛି। ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ । ଖବର ଓଡ଼ିଶା, Reporter, 24/09/2022