ରାଜ୍ୟରେ ବଦଳିଲା ପାଗ । ତାତିରୁ ଏବେ ମିଳିଛି ଆସ୍ୱସ୍ତି। ଆଗାମୀ 3 ରୁ 4 ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଏନେଇ ସଚେତନ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଘଡଘଡି ସହିତ ବିଜୁଳି ମାରିବା ସମ୍ଭାବନା ରହୁଥିବାରୁ 6 ଜିଲ୍ଲାକୁ ଅରେଞ୍ଜ ଅର୍ଲଟ ଜାରି କରାଯାଇଛି ।
ଆଜି ପାଇଁ ୧୪ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୦ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ପାଇଁ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ କମିବା ସମ୍ଭାବନା ରହିଛି । ସେପଟେ ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକାରେ ପ୍ରାୟ ଘଣ୍ଟାଏ ଧରି ପ୍ରବଳ କୁଆପଥର ବର୍ଷା ହୋଇଥିଲା l ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ଅଧିକା ପଢନ୍ତୁ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି