ରାଜ୍ୟରେ କରୋନା ସଂକ୍ରମଣରେ ପ୍ରଥମ ମୃତ୍ୟୁ, ଗତକାଲି ଏମ୍ସରେ ଜଣେ 72 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
Khabar Odisha:The-first-death-in-a-corona-infection-in-the-state-was-the-death-of-a-72-year-old-man-at-the-AIIMS-yesterday
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ। କରୋନା ଦ୍ୱାରା ସଂକ୍ରମିତ ହୋଇ ଏମ୍ସରେ ଚିତ୍କିସିତ ହେଉଥିବା ଜଣେ 72 ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଟ୍ୱିଟରରେ ପ୍ରଦାନ କରିଥିବା ସୂଚନା ଅନୁସାରେ ଗତକାଲି ଭୁବନେଶ୍ବର ଏମ୍‌ସରେ ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ ଘଟିଛି । ଗତକାଲି ଭୁବନେଶ୍ବର ଝାଡ଼ପଡ଼ାର ୭୨ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ ୪ରେ ସମ୍ପୃକ୍ତ ବ୍ୟକ୍ତି ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ

ଏହା ସହ ସଂପୃକ୍ତ ବ୍ୟକ୍ତି ବହୁ ଦିନ ତଳୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ତାଙ୍କଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

  • Tags:

Subscribe

National International State Sports Entertainment