ଡଲଫିନ କୁ ଦେଖିବାକୁ କାହାକୁ ବା ଭଲ ଲାଗେନା । ଡଲଫିନ ବଞ୍ଚିଥିବା ବେଳେ ତାକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗେ । ଆଉ ଏବେ ଗୋଟେ ଡଲଫିନଟି ମୃତ ଅବସ୍ଥାରେ ମିଳିଛି । ଆଉ ସେ ମୃତ ଡଲଫିନକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗିଛି। ତେବେ ଏହି ବିରଳ ପ୍ରଜାତିର ଡଲଫିନ କଣ ପାଇଁ ମରିଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଠ ହୋଇ ନଥିବା ବେଳେ । ଏ ଭଳି ବିରଳ ପ୍ରଜାତିର ଡଲଫିନ କେବେ ଜୀବନ ଅସସ୍ଥାରେ ମଧ୍ୟ ଦେଖିବାକୁ ମିଳିନି ଆଉ ଏବେ ତାର ମୃତ ଦେହ ଏହି ଗଭୀର ସମୁଦ୍ର ମଧ୍ୟରୁ ମିଳିଛି ।
ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ବେଳା ଭୂମିରେ ମୃତ ଡଲଫିନ୍ ଉଦ୍ଧାର ହୋଇଥିଲା। ଦିଘା ବେଳା ଭୂମିରେ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଇ ଥିଲେ । ବନ ବିଭାଗ ପକ୍ଷରୁ ମୃତ ଡଲଫିନ୍ର ଶବ ବ୍ୟବଚ୍ଛେଦ କରାଯାଇ ବାଲିରେ ପୋତି ଦିଆଯିବ। ତେବେ ଏହାର ଲମ୍ବ ସାଢେ ପାଞ୍ଚ ଫୁଟ ଏବଂ ଡଲଫିନଟି ଆନୁମାନିକ 80 kg ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗ ଅନୁମାନ କରୁଛି ଯେ ଡଲଫିନଟି ଗୋଷ୍ଠୀରୁ ବିତାଡିତ ହେବା ପରେ ଆହତ ହୋଇ ମୃତ୍ୟୁ ବରଣ କରିଛି ବୋଧହୁଏ।
ଅଧିକା ପଢନ୍ତୁ: ଡ଼ଙ୍ଗାରେ ବସିବା ହେଲା କାଳ ଚାଲିଗଲା 7 ଜୀବନ