ଓଡ଼ିଶାରେ ନିର୍ଵାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିନ ହେଉ ବା ରାତି ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଜାରି ରହିଛି ଚେକିଂ । ପୋଲିସ ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଚେକିଂ ଜାରି ରଖିଛି ବୋଲି ସୂଚନା ମିଳିଛି । ଓଡ଼ିଶାରୁ ଛତିଶଗଡ଼ ଓ ଛତିଶଗଡ଼ରୁ ଓଡ଼ିଶା ଯିବା ଆସିବା କରୁଥିବା ସମସ୍ତ ଗାଡ଼ିକୁ ସୀମାନ୍ତ ଅଞ୍ଚଳରେ ଚେକିଂ କରୁଛନ୍ତି ପୋଲିସ । ନିର୍ଵାଚନରେ କୌଣସି ବିଶୃଙ୍ଖଳା ଭଳି ପରିସ୍ଥିତି ନ ଉପୁଜିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଗୋଟେ ପଟେ ନକ୍ସଲମାନଙ୍କ ହିଂସାତ୍ମକ କାର୍ଯ୍ୟ ବଢୁଥିବାବେଳେ ଅନ୍ୟପଟେ ରାଜ୍ୟରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଉଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।