ଭୁବନେଶ୍ୱର, ଏପ୍ରିଲ ୮ (ଖବର ଓଡ଼ିଶା): ପୁରୀରେ ରଥଯାତ୍ରା ଭଳି ଏବେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ମଧ୍ୟ ବିନା ଭକ୍ତରେ ହେବାକୁ ଯାଉଛି । ରାଜ୍ୟରେ ଅଣାୟତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ଓ କେବଳ ପରମ୍ପରା ବଜାୟ ରଖିବା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ହେବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରି ସୂଚନା ଦେଇଛନ୍ତି ।
ଆଜି ବିଡିଏ କାର୍ଯ୍ୟାଳୟରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ବୈଠକରେ ଜିଲ୍ଲା ପ୍ରଶାସନ ସହିତ ଲିଙ୍ଗରାଜ ମନ୍ଦିର ପ୍ରଶାସନ, ୪ ନିଯୋଗ ସଦ୍ୟସ ସହିତ ପୋଲିସ୍ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ।
ତେବେ ଆସନ୍ତା ଏପ୍ରିଲ ୨୦ ତାରିଖରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ହେବାକୁ ଥିବା ବେଳେ ଏନେଇ ଚୂଡାନ୍ତ ନିଷ୍ପତି ରାଜ୍ୟ ସରକାର ନେବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରି ସୂଚନା ଦେଇଛନ୍ତି ।
ତେବେ ଗତ ବର୍ଷ ସମାନ ପରିସ୍ଥିତିରେ କରୋନା ମହାମାରୀ କାରଣରୁ ରଥ ନିର୍ମାଣ ହୋଇ ସାରିଥିଲେ ସୁଦ୍ଧା ରୁକୁଣା ରଥକୁ ବନ୍ଦ କରାଯାଇଥିଲା ଯାହାକୁ ନେଇ ଭକ୍ତ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେବା ସହିତ ଏହାକୁ ନେଇ ବହୁ ବାଦ ବିବାଦ ମଧ୍ୟ ଦେଖାଦେଇଥିଲା ।