ପୁରୀ: ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଶିଳ୍ପା ସେଟ୍ଟୀ। ଶିଳ୍ପାଙ୍କ ସହ ମା' ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀଙ୍କୁ ମଧ୍ୟ ସାଙ୍ଗରେ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସହପରିବାର ଦର୍ଶନ କରିବା ଆଶିଷ କାମନା କରିଛନ୍ତି।
କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ କୌଳିକ ପଣ୍ଡା ସ୍ୱାଗତ କରିଥିଲେ। ଏହାପରେ ଶ୍ରୀମନ୍ଦିର ବାଇଶି ପାହାଚ ଦେଇ ଭିତରକୁ ଯାଇଥିଲେ। ଶିଳ୍ପା ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବେସ ଖୁସି ହୋଇଛନ୍ତି। ଏଠାକାର ଆରେଞ୍ଜମେଣ୍ଟ ଓ ପୋଲିସ ପ୍ରଶାସନର ସଠିକ ଦାୟିତ୍ୱ ପାଇଁ ସେ ଧନ୍ୟବାଦ ଦେଇଛନ୍ତି। ଜଗନ୍ନାଥଙ୍କ ଦର୍ଶନ କେବଳ ଭାଗ୍ୟରେ ଥିଲେ ମିଳେ। ଆଉ ସେହି କାଳିଆ ଠାକୁର ସମସ୍ତଙ୍କୁ ଏ ଦୁଃଖର ଦରିଆରୁ ପାର କରିବ ବୋଲି କହିଛନ୍ତି। ଜଗନ୍ନାଥ ମହାପ୍ରଭୁ ଚାହିଁଲେ କାହାରି ଦୁଃଖ ରହିବ ନାହିଁ, ସତ ମନରେ ପ୍ରଭୁଙ୍କୁ ସ୍ମରଣ କଲେ ଜଗନ୍ନାଥ ଦୁଃଖ ଶୁଣନ୍ତି। ଭଗବାନଙ୍କ ପାଖରେ କେହି ଧନୀ ଗରିବ ନୁହଁନ୍ତି, ଯିଏ ଏହି ଧାମକୁ ଆସି ଖାଲି ହାତରେ ଫେରେ ନାହିଁ। ସେଥିପାଇଁ ଶିଳ୍ପା ପ୍ରଭୁଙ୍କୁ ଦର୍ଶନ କରିଛନ୍ତି।