ରାଜ୍ୟରେ ବେଆଇନ ଭାବରେ ମଦ,ଗଞ୍ଜେଇ ଚାଲାଣ ସୀମା ପାର କରିଲାଣି । ଜଙ୍ଗଲ ହେଉ କି ରାସ୍ତା ସବୁଠି ଚାଲାଣ ହେଉଛି ମଦ,ଗଞ୍ଜେଇ । କିନ୍ତୁ ଏବେ ବେଳାଭୂମିରେ ଚାଲାଣ ହେଉଛି ମଦ । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସ୍ଥିତ ଉଦୟପୁର ବେଳାଭୂମିରେ ଚାଲାଣ ହେଉଥିଲା ବିପୁଳ ପରିମାଣର ମଦ । ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଉଦୟପୁର ବେଳାଭୂମିରେ ଚଢାଉ କରିଥିଲା । ଚଢାଉ ସମୟରେ ଘଟଣାସ୍ଥଳରୁ ୪ଟି ମଦ ବୋଝେଇ ଗାଡି ସହ ୨ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଏ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି ତାହା ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର