ପ୍ରଚଣ୍ଡ ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ । ଆକାଶରୁ ହେଉଛି ଅଗ୍ନିବର୍ଷା । ୪୦ ଡିଗ୍ରୀ ଉପରେ ୩୦ ସହର । ସକାଳ ୮ ଟାରୁ ଟାଣ ଖରା । ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସବୁଠି ଅନୁଭବ ହେଉଛି ପ୍ରଚଣ୍ଡ ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଟାଣଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଭଳି ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି ସରକାର ।
ଏପ୍ରିଲ ୧୮ ଅର୍ଥାତ ଗୁରୁବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରହିବ । ଖରା ପାଇଁ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଖରା ପାଇଁ ସକାଳୁଆ ସ୍କୁଲ କରାଯାଇଥିଲା । ସମସ୍ତ ସରକାରୀ,ବେସରକାରୀ ବିଦ୍ୟାଳୟର ସମୟ ପରିବର୍ତ୍ତନ ହୋଇଥିଲା । କିନ୍ତୁ ଏବେ ଆଧ୍ୟାଡିକ ଖରା ପାଇଁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।