କଟକ : ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ ଘଟଣା। ଏସସିବିରେ ଚିକିତ୍ସାଧୀନ ଆହତ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସଠିକ୍ ଚିକିତ୍ସା ଓ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ଭରଷା ଦେଇଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଏହି ଦୁଃଖଦ ସମୟରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି ।
ଏହା ଅତି ଦୁର୍ଭାଗ୍ୟଜନକ ଘଟଣା ପ୍ରଶାସନ ଏହାର ତଦନ୍ତ କରିବା ନିହାତି ଆବଶ୍ୟକ । କାହିଁକି ଓ କିପରି ଭାବେ ଏଭଳି ଘଟଣା ଘଟିଲା ବୋଲି ସେ ପ୍ରତିକ୍ରିୟା ଦେଇ କହିଛନ୍ତି । ତେବେ ଏବେ ବି ଆଇସିୟୁରେ ଥିବା ଗୁରୁତର ମାନଙ୍କୁ ସୁସ୍ଥ ହେବା ନେଇ ଡାକ୍ତର ମାନଙ୍କ ଉଦ୍ୟମ ଜାରି ରହିଛି ।