ପୁଣିଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାର ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବୁଧବାର ୫୩ନମ୍ୱର ଜାତୀୟ ରାଜପଥରେ ଘଟିଛି ଏଇ ଦୁର୍ଘଟଣା । ୧୦୮ ଆମ୍ବୁଲାନ୍ସ ରୋଗୀକୁ ନେଇ କଟକ ବଡ଼ ମେଡ଼ିକାଲ ଯାଇଥିଲା। ମେଡିକାଲରେ ରୋଗୀକୁ ଛାଡି ଆମ୍ବୁଲାନ୍ସଟି ଯାଜପୁର ଫେରୁଥିଲା । ଠିକ ଏହି ସମୟରେ ୫୩ ନମ୍ୱର ଜାତୀୟ ରାଜପଥରେ ଛିଡା ହୋଇଥିବା ଗୋଟିଏ ଦଶ ଚକିଆ ଟ୍ରକ୍କୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଯାହା ଫଳରେ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର ଓ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।
ଆଗକୁ ପଢ଼ନ୍ତୁ : ୪ ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କଲା ମାଆ