୪ ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଅଂଚଳରେ। ପୋଲିସ ଖୋଜାଖୋଜି କରିବା ପରେ ୪ ବର୍ଷର ଝିଅର ଶବକୁ ମାଟି ତଳୁ ଉଦ୍ଧାର କରିଛି। ଗତ ଶନିବାର ଦିନ ଝିଅ ଓ ନାତୁଣୀ ନିଖୋଜ ହୋଇଥିବା ନେଇ ମୃତ ଝିଅର ଅଜା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ। ମୃତଦେହ ଉଦ୍ଧାର ପରେ ସନ୍ଦେହ କରି ମା’କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଟିଙ୍ଗିଆ ଅଂଚଳରେ ଚାଞ୍ଚଲ୍ୟ। ନିଜ ୪ ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ମା’। ଜଙ୍ଗଲରେ ମାଟି ତଳୁ ଝିଅର ମୃତଦେହ ଉଦ୍ଧାର କରିଛି ପୋଲିସ। କିଛି ଦିନ ତଳେ ଝିଅଟିକୁ ଧରି ମା’ ପଦ୍ମିନୀ ନିକଟସ୍ଥ କାଡ୍ରିମୁଣ୍ଡା ଜଙ୍ଗଲକୁ ଯାଇଥିଲା। ସେଠାରେ ଝିଅର ତଣ୍ଟିଚିପି ହତ୍ୟା କରିବା ପରେ ଜଙ୍ଗଲରୁ ଡାଳ ଓ ପତ୍ର ସଂଗ୍ରହ କରି ତା ଉପରେ ଘୋଡ଼ାଇ ମାଟି ପକାଇ ଦେଇଥିଲା ପଦ୍ମିନୀ। ମୃତ ଝିଅର ଅଜା ନାତୁଣୀ ସମ୍ପର୍କରେ ପଚାରିବାରୁ ସେ ସଠିକ ଭାବରେ କିଛି କହି ନଥିଲେ କଥାକୁ ଲୁଚେଇବା ପାଇଁ ଚେଷ୍ଟା କରୁଥିଲେ। ଫଳରେ ଘଟଣାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ମୃତ ଝିଅର ଅଜା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ ପୋଲିସ ଏହାପରେ ପଦ୍ମିନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ବାଇକ ଧକ୍କାରେ ଚାଲିଗଲା ଜଣଙ୍କର ଜୀବନ