ରାଜ୍ୟରେ ଆଉ ଏକ 'ବନ୍ଦେ ଭାରତ ଏକ୍ସପ୍ରେସ' ଚାଲିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି | ପୁରୀ - ରାଉରକେଲା ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି 'ବନ୍ଦେ ଭାରତ ଏକ୍ସପ୍ରେସ' | ଏହାର ପ୍ରଥମ ଟ୍ରାଏଲ ରନ ପୁରୀରୁ ତାଳଚେର ରୋଡ ପର୍ଯ୍ୟନ୍ତ ଗଡି ସାରିଛି | ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ଅର୍ଥାତ ନୂଆଖାଇ ଅବସରରେ ପୁରୀ-ରାଉରକେଲା ମଧ୍ୟରେ ଟ୍ରେନର ଆଉ ଏକ ଟ୍ରାଏଲ ରନ ହେବାକୁ ଯାଉଛି | ଏ ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ ଚାଲିବ | କାଲି ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ମିନିଟରେ ରାଉରକେଲାରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଉରକେଲା ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ |ପୁରୀ-ରାଉରକେଲା ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଢେଙ୍କାନାଳ,ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡ଼ା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବା ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍ ନେବ। ଟ୍ରାଏଲ ରନ୍ ବେଳେ ଟ୍ରେନ୍ ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍ରେ ଖୋର୍ଦ୍ଧାରୋଡ୍, ୬ଟା ୪ ମିନିଟ୍ରେ ଭୁବନେଶ୍ଵର, ୬ଟା ୩୪ ମିନିଟ୍ରେ କଟକ, ୭ଟା ୨୪ ମିନିଟ୍ରେ ଢେଙ୍କାନାଳ, ୮ଟା ୧୪ ମିନିଟ୍ରେ ଅନୁଗୁଳ, ୧୦ଟା ୧୮ ମିନିଟ୍ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍ରେ ଝାରସୁଗୁଡା, ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ପୁଣି ରାଉରକେଲା ଷ୍ଟେସନରୁ ଅପରାହ୍ନ ୨ଟା ୧୦ ମିନିଟ୍ରେ ପୁରୀ ଅଭିମୁଖେ ବାହାରିବ । ଅପରାହ୍ନ ୩ଟା ୨୩ ମିନିଟ୍ରେ ଝାରସୁଗୁଡ଼ା, ୪ଟା ୩ ମିନିଟ୍ରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ୍ ରେ ଅନୁଗୁଳ ଷ୍ଟେସନରେ ପହଞ୍ଚିବ ୬ଟା ୫୪ ମିନିଟ୍ରେ ଢେଙ୍କାନାଳ, ୭ଟା ୪୨ ମିନିଟ୍ରେ କଟକ, ରାତି ୮ଟା ୧୫ ମିନିଟ୍ରେ ଭୁବନେଶ୍ଵର, ୮ଟା ୩୭ ମିନିଟ୍ରେ ଖୋର୍ଦ୍ଧାରୋଡ୍, ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ | ଶନିବାର ବ୍ୟତୀତ ସପ୍ତାହର ବାକି ୬ଦିନ ଏହି ଟ୍ରେନ୍ ଚାଲିବ |
ଅଧିକ ପଢ଼ନ୍ତୁ : ୨୦୨୪ ଜାନୁଆରୀ ସୁଦ୍ଧା ଲଞ୍ଚ ହେବ ବନ୍ଦେ ଭାରତ ସ୍ଲିପର ଟ୍ରେନ