ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ସାଇରାଜ ମିଶ୍ର । ପ୍ରକାଶ ପାଇଛି ୟୁପିଏସସିର ଫଳାଫଳ । ଦେଶରେ ଲକ୍ଷାଧିକ ଛାତ୍ର ୟୁପିଏସସି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଏ କିଏ ଉତୀର୍ଣ୍ଣ ହୋଇଛନ୍ତି ତ ଆଉ କାହାର ସ୍ବପ୍ନ ଅଧାରେ ରହିଯାଇଛି । ତେବେ ଏହାରି ଭିତରେ ବଲାଙ୍ଗିର ସହରର ନାଳଖଣ୍ଡିପଡା ନିବାସୀ ସଞ୍ଜୟ ମିଶ୍ରଙ୍କ ପୁଅ ସାଇରାଜ ମିଶ୍ର ୫୯୧ ରାଙ୍କରେ ରହି ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
ସିଭିଲସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବଲାଙ୍ଗିର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସାଇରାଜ ପୂର୍ବରୁ ଦୁଇଥର ପରୀକ୍ଷା ଦେଇଥିଲେ। ମାତ୍ର ପ୍ରଥମ ଥର ପ୍ରିଲିମ’ ଏବଂ ଦ୍ଵିତୀୟ ଥର ମେନ୍' ପର୍ଯ୍ୟାୟରେ ବିଫଳ ହୋଇଥିଲେ। ବିଫଳ ହେବାକୁ ନେଇ ସେ ଭାଙ୍ଗି ନ ପଡି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ଏକାଗ୍ରତା ସହ ସେ ସିଭିଲସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ । ଯାହା ଏବେ ତାଙ୍କୁ ସଫଳତା ଦେଇଛି ।
ପିଲାଦିନର ସ୍ବପ୍ନ ଏବେ ସାକାର ହୋଇଛି ବୋଲି ସେ କହିଛନ୍ତି । ଆଗକୁ ବଢିବା ପାଇଁ ତାଙ୍କର ନିଷ୍ଠା ଓ ଏକାଗ୍ରତା ପାଇଁ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ପୁଅର ସଫଳତାରେ ବାପା,ମାଙ୍କ ଗର୍ବରେ ଫୁଲିଉଠୁଛି ଛାତି। ଖାଲି ପରିବାର ନୁହେଁ ତାଙ୍କର ଏହି ସଫଳ ପାଇଁ ସବୁଆଡେ ପ୍ରସଂସାର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ :AC ହେଲମେଟ ପିନ୍ଧିବେ ରାଜଧାନୀ ଟ୍ରାଫିକ ପୋଲିସ