ଗରମରୁ ମିଳିବ ମୁକ୍ତି । ଆଉ ଡଉଟି କଲାବେଳେ ଲାଗିବନି ଗରମ । ତେବେ ରାଜଧନୀରେ ସକାଳ 7ଟାରୁ ଯେଉଁ ଭିଳି ଖରା ଦିନ ସାରା ଲାଗି ରହୁଛି ତାହା ଆପଣ ମାନଙ୍କୁ ବେଶ ଭଲ ଭାବରେ ଜଣା । ତେବେ ଗୁଜୁରାଟ ପରେ ଏବେ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ମୁଣ୍ଡରେ AC ହେଲମେଟ୍ ଲଗାଇବେ । ଏନେଇ କମିଶନରେଟ ପୋଲିସ ମଧ୍ୟ ଆପଣାଇଛି ଏହି ଅଭିନବ ଫଣ୍ଡା । ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦ୍ୱାରା ଆଜି ପ୍ରଦାନ କରାଯାଇଛି ଏହି AC ହେଲମେଟ୍। ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦ୍ୱାରା ଆଜି ପ୍ରଦାନ କରାଯାଇଛି ଏହି AC ହେଲମେଟ୍ । ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ । ଥରେ ଚାର୍ଜ କଲେ ୮ ଘଣ୍ଟା ପର୍ଯ୍ୟନ୍ତ ହେଲମେଟ୍ ମଧ୍ୟରେ AC କାମ କରିବ । ଏହା ଶରୀରର ତାପମାତ୍ରାକୁ ଥଣ୍ତା ରଖିବାରେ ସାହାଯ୍ୟ କରେ ।
ତେବେ ଗୁଜୁରାଟର ଟ୍ରାଫିକ ପୋଲିସକୁ ଏସି ହେଲମେଟ୍ ବଣ୍ଟନ କରିବାରେ ଏହା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ଅହମ୍ମଦାବାଦ ଟ୍ରାଫିକ ପୋଲିସ ମଧ୍ୟ ନିଜର କର୍ମଚାରୀମାନଙ୍କ ପାଇଁ ଏସି ହେଲମେଟ୍ ଆଣିଥିଲା । ଏହି ପ୍ଲାଷ୍ଟିକ୍ ହେଲମେଟ୍ ଗୁଡିକ ଏକ ଇନ୍- ବିଲ୍ଟ ଫ୍ୟାନ୍ ପରି । ଏକ ବ୍ୟାଟେରୀ ଚାଳିତ ପ୍ୟାକ୍ ଟ୍ରାଫିକ୍ ପୋଲିସ୍ଙ୍କ ଅଣ୍ଟାରେ ବନ୍ଧାଯାଏ । ଗୋଟିଏ ଥର ଚାର୍ଜରେ ଏହା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ ।
ଅଧିକା ପଢନ୍ତୁ: ବଳଦକୁ ମାରି ଖାଇଲା କଲରାପତରିଆ