୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ବାଲିଗୁଡା ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି କଲା ବାଲିଗୁଡା ପୋଲିସ । ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । କିନ୍ତୁ ଶେଷରେ ପୋଲିସ ଜବତ କଲା ସମସ୍ତ ଚୋରା ଗଞ୍ଜେଇ । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,କନ୍ଧମାଳ ଜିଲ୍ଲା ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏପରିକି ସେହି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିଲା । କୌଣସିମତେ ଏହାର ଖବର ପୋଲିସକୁ ମିଳିଥିଲା । ଖବର ପାଇ ପୋଲିସ ଅଚାନକ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ଆସିବାର ଆଗୁଆ ସୂଚନା ପାଇ ଗଞ୍ଜେଇ ମାଫିଆ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ସେଠାରୁ ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ କରିଛି । ନିର୍ବାଚନ ପାଇଁ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କଡାକଡି କରାଯାଇଛି ।
ଅଧିକ ପଢନ୍ତୁ :ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର