ଟୋଲଗେଟ୍ ଫାଟକ ଭାଙ୍ଗି ଚମ୍ପଟ୍ ମାରିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ପାଟଣା , ମେ 15(ଖେବର ଓଡିଶା): Share story: କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍ରେ ଟୋଲେଗେଟ୍ ଫାଟକ ଭାଙ୍ଗି ଚମ୍ପଟ୍ ମାରିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ । ସିସିଟିଭିରେ କଏଦ ହେଲା ଭିଡିଓ । ଖବର ଅନୁଯାୟୀ, ଶନିବାର ଏକ ପିକଅପ୍ ଭ୍ୟାନ୍ରେ ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା। ଏହି ଗୋରୁ ଚାଲାଣ ସମ୍ପର୍କରେ ଖବର ମିଳିବା ପରେ ବଜରଙ୍ଗ ଦଳର କିଛି କର୍ମୀମାନେ ଖୀରେଇଟାଙ୍ଗିରୀ ନିକଟରେ ଭ୍ୟାନକୁ ପିଛି କରିଥିଲେ । ସେମାନଙ୍କଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପିକ୍ଅପ୍ ଭ୍ୟାନ୍ଟି ଟୋଲଗେଟ୍ର ଫାଟକ ଭାଙ୍ଗି ଫେରାର ହୋଇଯାଇଥିଲା। ସେପଟେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟୋଲଗେଟ୍ କର୍ମଚାରୀ । ପୁରା ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାରେ ଟୋଲ କର୍ମଚାରୀ ଅଭିଯୋଗ କରିଥିଲେ । ଖବର ଓଡ଼ିଶା, Reporter, 15/05/2022