ଏସିଆର ନୂଆ ବିଲିଓନେୟାର ରାଜଧାନୀ ତାଲିକାରେ ଚୀନ୍ର ରାଜଧାନୀ ବେଜିଂକୁ କାଟି ମୁମ୍ବାଇ ଏହି ସ୍ଥାନ କରିଛି। ଏନେଇ ସୂଚନା ପ୍ରକାଶ କରିଛି ହରୁନ୍ ଗ୍ଲୋବାଲ ଲିଷ୍ଟ୍। ଏହି ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥନୈତିକ ମେରୁଦଣ୍ତ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଛନ୍ତି। ତେବେ ବେଜିଂରେ ମୋଟ ୯୧ ବିଲିୟନେୟାର ରହିଥିବାରୁ ଏହା ଦ୍ଵିତୀୟ ସ୍ଥାନକୁ ଖସି ଆସିଛି ।
ହରୁନ୍ ଗ୍ଲୋବାଲ ଲିଷ୍ଟ୍ ଅନୁସାରେ ମୁମ୍ବାଇ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ କୋଟିପତିଙ୍କ ରାଜଧାନୀ ଭାବେ ଗତି କରୁଥିବା ବେଳେ ଗୋଟିଏ ବର୍ଷରେ ମୁମ୍ବାଇରେ ୨୬ ଜଣ କୋଟିପତି ତାଲିକାରେ ସ୍ଥାନ ପାଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ପୂରା ବିଶ୍ୱରେ ମୁମ୍ବାଇ ତୃତୀୟ ସ୍ଥାନରେ ଥିବା ବେଳେ ଏସିଆର ବିଲିଓନେୟାର କ୍ୟାପିଟାଲ ଭାବରେ ସ୍ଥାନ ପାଇଛି। ଅପରପକ୍ଷରେ ନୂଆଦିଲ୍ଲୀ ମଧ୍ୟ ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ପ୍ରଥମଥର ପାଇଁ ପ୍ରବେଶ କରିଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଥିବା ୯୨ ଜଣ ବିଲିଓନେୟାର ମଧ୍ୟରୁ ୩୯ ଜଣ କେବଳ ଫାର୍ମା ଇଣ୍ଡଷ୍ଟ୍ରିର ଅଟନ୍ତି। ଫାର୍ମା ପରେ ରହିଛି ଅଟୋମୋବାଇଲ୍ ଓ ରାସାୟନିକ ସେକ୍ଟର। ଅଟୋମୋବାଇଲ କ୍ଷେତ୍ରରେ ୨୭ ଜଣ ବିଲିଓନେୟାର ଥିବା ବେଳେ ରାସାୟନିକ କ୍ଷେତ୍ରରେ ୨୪ ଜଣ ବିଲିଓନେୟାର ଅଛନ୍ତି। ତେବେ ଭାରତରେ ବିଲିଓନେୟାର ମାନଙ୍କର ମୋଟ ସମ୍ପତ୍ତି ଏକ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଏହା ବିଶ୍ୱର କୋଟିପତିମାନଙ୍କର ସମ୍ପତ୍ତିର ୭% ଅଟେ ।
ଅଧିକ ପଢନ୍ତୁ: ପତଞ୍ଜଳି ଯୋଗ ସମିତିର ନିଆରା ଢଙ୍ଗରେ ହୋଲି ପାଳନ