ଭୁବନେଶ୍ୱର : ଆଜି ରାଜ୍ଯରେ ଆରମ୍ଭ ହେଲା ଓଡ଼ିଶା ସରକାରଙ୍କ ମହିଳା ମାନଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା "ସୁଭଦ୍ରା" ।ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ ଏହି ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଭୁବନେଶ୍ବରର ଜନତ ମଇଦାନରେ ଅନୁଷ୍ଠିତ ଭବ୍ୟ ଆୟୋଜନରେ ସାମିଲହୋଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୂଚନା ଅନୁଯାୟୀ ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯାଇଛି ସୁଭଦ୍ରା ଟଙ୍କା । ଆଉ ଯେଉଁମାନଙ୍କ ଆକାଉଣ୍ଟକୁ ଯାଇ ନାହିଁ ସେମାନେ ମଧ୍ୟ ଆଜି ହିଁ ପାଇବେ ଟଙ୍କା । ଧିରେ ଧିରେ DBT ମାଧ୍ୟମରେ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ପୂର୍ବରୁ ଅନେକଙ୍କ ଆକାଉଣ୍ଟକୁ ଆସିଥିଲା ଟେଷ୍ଟିଂ ଟଙ୍କା। ପରୀକ୍ଷା ମୂଳକ ଭାବରେ ୧ ଟଙ୍କା ପଠାଇଥିଲେ ରାଜ୍ୟ ସରକାର । ୧ ଟଙ୍କା ପାଇବା ପରେ ମହିଳାଙ୍କ ଉତ୍ସାହ କହିଲେ ନସରେ। ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଥିଲା ସେମାନଙ୍କ ଆକାଉଣ୍ଟକୁ ଯାଇଛି ୪,୯୯୯ ଟଙ୍କା ।
ତେବେ ବଡ କଥା ହେଉଛି ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇ ନାହିଁ ସେମାନଙ୍କ ଆକାଉଣ୍ଟକୁ ଧିରେ ଧିରେ ଯିବ ସୁଭଦ୍ରା ଟଙ୍କା । ଆଜି ନଗଲେ ବି ଧିରେ ଧିରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି , ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । କେହି ଜଣେ ବି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ ।ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ମଧ୍ୟ ବ୍ୟସ୍ତ ହେବା ଉଚିତ ନୁହେଁ । ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସେଭଳି କୌଣସି ଆବେଦନ ସୀମା ନାହିଁ । ଆଜି ଯେଉଁମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ ସେମାନେ ଆବେଦନ କରିଲେ ପରେ ମିଳିବ । ଏପରିକି ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ନପାଇବେ ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଏକାବେଳେ ଦୁଇଟି କିସ୍ତି ମିଳିବ ।