ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାୟଗଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାରେ ଜୋରଦାର ପାଟ୍ରୋଲିଂ ଚାଲିଛି। ଗୁରୁବାର ସକାଳ ପ୍ରାୟ ୭ ଟାରୁ ୯ଟା ସମୟ ମଧ୍ୟରେ ଜେକେ ପୁର କେ ସିଂହପୁର ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ସମୟରେ ଭେଜା ଗ୍ରାମ ନିକଟରେ ପ୍ରଥମେ ଏକ ବୋଲେର ପିକ୍ଅପ୍ ଭ୍ୟାନ କୁ ସନ୍ଦେହ କରି ଅଟକାଇ ପଚରାଉଚରା କରିବା ପରେ ସେଥିରେ ବେଆଇନ୍ ଭାବେ ୨୦ କ୍ଵିଣ୍ଟାଲ ମହୁଲ ଥିବା ଜଣା ପଡିଥିଲା , ଠିକ୍ ସେହି ସମୟରେ ଅନ୍ୟ ଏକ ପିକ ଅପ୍ ଭ୍ୟାନ ମଧ୍ୟ ଅଟକ ଯାଇଥିଲା ସେଥିରୁ ମଧ୍ୟ ୨୦ କ୍ଵିଣ୍ଟାଲ ବେଆଇନ୍ ମହୁଲ କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ଜଣା ପଡିଥିଲା। ଦୁଇଟି ପିକ୍ ଅପ ଭ୍ୟାନ ମଧ୍ଯରୁ ଗୋଟିଏ ଗାଡି ନମ୍ବର ହେଉଛି ଓଡି ୦୮ ଆର୍ ୨୭୯୩ ଓ ଅନ୍ୟଟି ଓ ଓଡ଼ି ୦୮ଏମ ୪୫୩୩। ଦୁଇଟି ଗାଡିରୁ ମୋଟ ୪୦ ବସ୍ତା ମହୁଲ ଯାହାର ଓଜନ ୪୦ କ୍ଵିଣ୍ଟାଲ ଜବତ ହୋଇଛି। ଏଥିସହ ୪ ଜଣ ମହୁଲ ଚାଲାଣ କାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୁଦ୍ର ପ୍ରାସାଦ ଶା (୩୮), ସୁରେଶ ଚିଣ୍ଡା, ଭୁବନେ ଗହିର(୪୨) , ଦୁଷ୍ମନ୍ତ ଯୁଆଦ (୨୩) । ଏମାନେ ସମସ୍ତେ କଳାହାଣ୍ଡି ଜିଲ୍ଲାର ବୋଲି ରାୟଗଡ଼ା ଅବକାରୀ ନିରୀକ୍ଷକ ସତ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି। ଏହି ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଧାରା ୫୨ (ଏ) ଓ ୬୨(୧) ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ ଏହି ପାଟ୍ରୋଲିଂ ସମୟରେ ରାୟଗଡା ଅବକାରୀ ନିରୀକ୍ଷକଶ୍ରୀ ଦାଶଙ୍କ ସହ ରାୟଗଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ସଞ୍ଜୟ ପ୍ରଧାନ, ଏ ଏସ ଆଇ ରାଶି ନାୟକ ଓ ସଂଗ୍ରାମ ପ୍ରଧାନ ଏହି ଟିମରେ ସାମିଲ ଥିଲେ ।