ରାଜ୍ୟରେ ଦିନ ତାପମାତ୍ରା ବଢୁଛି ଜଗଫଳରେ ଲୋକମାନେ ଅଂଶୁଘାତର ମଧ୍ୟ ଶିକାର ହେଉଛନ୍ତି । ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ହେଉଥିବା ବର୍ଷା, ଝଡ଼, ତୋଫାନ ଓ ବଜ୍ରାଘାତରେ ଲୋକଙ୍କ ଜୀବନ ଯାଉଛି । ଗୁରୁବାର ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା,ବଜ୍ରାଘାତ ହେଉଥିଲା । ସେହି ସମୟରେ ବଜ୍ରାଘାତରେ ବାଲିଆପାଳ ଅଞ୍ଚଳର ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ବିଲରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା ଯାହାଫଳରେ ଅଧାବାଟରେ ଚାଷୀ ଜଣକ ପଡିଯାଇଥିଲେ । ପରିବାର ଲୋକ ତୁରନ୍ତ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।