ସୁନା ମୂଲ୍ୟରେ ଦିନକୁ ଦିନକୁ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବେ କେବେ ବଢିଯାଉଛି ତ କେବେ କେବେ ବଢିଯାଉଛି । ତେବେ ଆଜି ସୁନା ଦର କେତେ ଅଛି ଆସନ୍ତୁ ଜାଣିବା । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ସୁନା ପିଛା ୭୨,୧୬୦ ଟଙ୍କା ରହିଛି । ଆଗକୁ ଆସୁଛି ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । ତେବେ ଆଜି ସୁନା ଦାମରେ ପରିବର୍ତ୍ତନ ରହିଛି । ଆଜି କମିଛି ସୁନା ଦର। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୧୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୨,୯୨୦ ଟଙ୍କା ରହିଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୧୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୨,୯୨୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୬.୫୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୯୨ ଗ୍ରାମ ୧୦୦ପିଛା ୮,୬୫୦ ଓ ୧ କେଜି ପିଛା ୮୬,୫୦୦ ଟଙ୍କା ରହିଛି।
ଅଧିକା ପଢନ୍ତୁ: ରାମଲୀଳାରେ ଶ୍ରୀରାମ ଗଲେ ବନବାସ