ଭାଇର ଟଙ୍କା ଉପରେ ଥିଲା ଭଉଣୀର ଲୋଭ। ଚନ୍ଦକା ଅଞ୍ଚଳର ସ୍ମୃତିରେଖାଙ୍କ ସହିତ ରାଜସ୍ତାନର ପ୍ରଦୀପ କୁମାର ଓଲାଙ୍କ ଇନଷ୍ଟାଗ୍ରାମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ନିଜ ପ୍ରେମିକ ସହ ବିବାହ କରି ଫେରାର ହେବା ଉଦେଶ୍ୟରେରେ ନିଜ ପ୍ରେମିକକୁ ରାଜସ୍ତାନରୁ ଡ଼କାଇଥିଲା ସ୍ମୃତିରେଖା। ତେବେ ପ୍ରେମିକ ପ୍ରଦୀପ ପ୍ରେମରେ ଅନ୍ଧ ହୋଇ ରାଜସ୍ତାନରୁ ଚନ୍ଦକାକୁ ଆସିଥିଲେ। ସେଠାରେ ପହଁଚିବା ପରେ ଉଭୟ ପ୍ରେମିକ ଓ ପ୍ରେମିକା ଆରମ୍ଭ କରିଥଲେ ମିଛ ଅପହରଣର ନାଟକ। ସ୍ମୃତିରେଖାଙ୍କୁ ଅପହରଣ କରାଯାଇଥିବା ନେଇ ପ୍ରଦୀପ ସ୍ମୃତିରେଖାଙ୍କ ଭାଇକୁ କଲ କରି କହିବା ସହିତ ଏକ କୋଟି ଟଙ୍କା ମାଗିଥିଲେ।
ଯଦି ଟଙ୍କା ନ ଦବ ତାହାଲେ ସ୍ମୃତିରେଖାଙ୍କୁ ଜୀବନରୁ ମାରିଦେବ ବୋଲି କହିଥିଲେ ପ୍ରଦୀପ। ତେଣୁ ସ୍ମୃତିରେଖାଙ୍କ ଭାଇ ତାଙ୍କୁ ୧୨ ଲକ୍ଷ ଟଙ୍କା ଦେଇଥିଲେ ହେଲେ ପ୍ରଦୀପ କହିଥିଲେ ପୁରା ଏକ କୋଟି ଟଙ୍କା ନ ମିଳିଲେ ସେ ସ୍ମୃତିରେଖାଙ୍କୁ ଛାଡ଼ିବେ ନାହିଁ। ଏହାପରେ ତୁରନ୍ତ ସ୍ମୃତିରେଖାଙ୍କ ଭାଇ ଚନ୍ଦକା ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଚନ୍ଦକା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ସମସ୍ତ ଘଟଣା ଉପରୁ ହଟାଇଥିଲା ପରଦା। ସ୍ପେଶାଲ ଟିମ ସହିତ ମିଳିତ ସହଯୋଗରେ ଚନ୍ଦକା ପୋଲିସ ତଦନ୍ତ କରି ପ୍ରେମିକ ପ୍ରଦୀପଙ୍କ ସହିତ ତାଙ୍କର ଜଣେ ସହଯୋଗୀକୁ ଗିରଫ କରିଥିଲା। ଏହାସହିତ ସ୍ମୃତିରେଖାଙ୍କ ଭାଇ ପଠାଇଥିବା ୧୨ ଲକ୍ଷ ଟଙ୍କା ମଧ୍ୟ ପ୍ରଦୀପଙ୍କ ଆକାଉଣ୍ଟରୁ ସିଜ କରିଛି ପୋଲିସ।