ଏକଜିଟ୍‌ ପୋଲ୍‌ ଗଣନା ଭୁଲ ହୋଇପାରେ, ଓଡ଼ିଶାରେ ସରକାର ଗଢ଼ିବ ବିଜେପି: ଜୁଏଲ
Khabar Odisha:Jual-Oram-says-bjp-will-form-governement-in-odisha
ଭୁବନେଶ୍ୱର, ମେ ୨୦ (ଖବର ଓଡ଼ିଶା):

ଓଡ଼ିଶାରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ରହିଛି । ଗତ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିଥିବା ବିଜେଡ଼ିର ଏଥର ଆସନ ସଂଖ୍ୟା ହ୍ରାସ ଘଟିବ । କିନ୍ତୁ ମ୍ୟାଜିକ ନମ୍ବର ପାର୍‌ କରି ପୁଣି ଥରେ ଶାସନ କରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ସର୍ଭେରେ ପ୍ରକାଶ ପାଇଛି । ଆଉ ଭଲ ଫର୍ମକୁ ଆସିଥିବା ବିଜେପି ଦ୍ୱିତୀୟ ସ୍ଥାନରେ ରହିବ । ତେବେ ଏହି ବୁଥ ବାହୁଡ଼ା ମତକୁ ସହଜରେ ଗ୍ରହଣ ପାରି ନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହି ଗଣନାକୁ ଭୁଲ ବୋଲି କହିଛନ୍ତି ଓରାମ୍‌ ।

ଓଡ଼ିଶାରେ ମୋଦୀ ମ୍ୟାଜିକ୍‌ କାମ କରିଛି । ଓଡ଼ିଶାରେ ବିଜେପି ହିଁ ସରକାର ଗଢ଼ିବ । ଏକଜିଟ୍ ପୋଲ ଗଣନା ଭୁଲ ହୋଇପାରେ । ବିଜେପିର ଲକ୍ଷ୍ୟ ଥିଲା ୧୨୦ଟି ଆସନରେ ଜିତିବ । କିନ୍ତୁ ତାହା ହେବ ନାହିଁ । ମାତ୍ର ୭୦ରୁ ଅଧିକ ଆସନ ପାଇ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଜୁଏଲ୍‌ କହିଛନ୍ତି । ସେହିପରି ଲୋକସଭା କ୍ଷେତ୍ରରେ ଦଳ ୨୧ଟିରୁ ୧୮ଟି ଆସନରେ ବିଜୟୀ ହେବ । କେନ୍ଦ୍ରରେ ବିଜେପି ୩୦୦ ଆସନରେ ଜିତି ପୁଣି ଥରେ ସରକାର ଗଢ଼ିବ ବୋଲି ଜୁଏଲ ଓରାମ ଆଶା ରଖିଛନ୍ତି ।

  • Tags:

Subscribe

National International State Sports Entertainment