ଐତିହାସିକ ଶ୍ରମିକ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ମଟର ୟୁନିୟନର ସଂଘ ତରଫରୁ ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରେ ଥିବା ସଂଘ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ପାରଳାଖେମୁଣ୍ଡି ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ ଶ୍ରମିକ ସେଠାରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ ଏସ୍ ଏସ ର ବରିଷ୍ଠ ନେତା ଟି. ଭୁପତି, ଖାଲାସୀ ସଂଘ, ଓ ମୋଟର କର୍ମଚାରୀ ସଂଘର ସଭାପତି ନରସିଂହ ଚରଣ ପଟ୍ଟନାୟକ ଆଦି ପ୍ରମୁଖ ବ୍ୟକ୍ତି ବିଶେଷମାନେ ବସଷ୍ଟାଣ୍ଡରେ ଉପସ୍ଥିତ ରହି ଶ୍ରମିକ ଦିବସ ଉପଲକ୍ଷେ ପ୍ରଥମେ ପତକା ଉତ୍ତୋଳନ କରିବା ପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ଶ୍ରମିକ ମାନଙ୍କୁ ଗୋଟିଏ ଶ୍ରମିକର ପରିଶ୍ରମର କଷ୍ଟ କଣ ରହିଛି ଏବଂ ବର୍ତମାନ ସମାଜରେ ଶ୍ରମିକଟି କିଭଳି ବଞ୍ଚିବା ଦରକାର। ଏପରିକି ନିଜ ପରିବାର ପ୍ରତିପୋଷଣ ସମୟରେ ଗୋଟିଏ ଶ୍ରମିକ କିଭଳି ଅନ୍ୟଜଣଙ୍କୁ ସହାୟତା କରିପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ସବୁ ଶ୍ରମିକ ଭାଇମାନେ ସଦା ସର୍ବଦା ସମସ୍ତେ ସମସ୍ତଙ୍କର ସୁଖ ଦୁଃଖ ସମୟରେ ସାଥିରେ ରହିବା ବୋଲି ସଭାପତି କହିଥିଲେ। କିଭଳି ଏ ମୋଟର କର୍ମଚାରୀ ସଂଘ ଆଗକୁ ବଢିବ ରାଜ୍ୟରେ ନା ରଖିବ ଏହି ସମ୍ପର୍କରେ ଆଲୋକ ପାତ କରିଥିଲେ। ଏହା ପରେ ଖରା ତାତିକୁ ଆଖି ଆଗରେ ରଖି ସଂଘ ପକ୍ଷରୁ ଛୋଟିଆ ପଦଯାତ୍ରା କରି ଧୁମ୍ ଧାମରେ ଶ୍ରମିକ ଦିବସକୁ ପାଳନ କରିବାର ଦେଖିବାକୁ ମିଳିଥିଲା।