ରାଜ୍ୟରେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ହାତୀ । ରାଜ୍ୟରେ ହାତୀ ମୃତ୍ୟୁହାର ବଢ଼ିବାରେ ଲାଗିଛି । ୨୦୧୫ରୁ ୧୬ ମସିହା ଠାରୁ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬୯୮ ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲ ନଷ୍ଟ ଯୋଗୁଁ ହାତୀମାନେ ଗାଁ ଭିତରୁ ପଶି ଆସି ଲୋକମାନଙ୍କର ଘରଦ୍ୱାର ଭାଙ୍ଗି ନଷ୍ଟ କରିଦେଉଛନ୍ତି । ହାତୀଙ୍କ ଉପଦ୍ରବ ଏତେ ବଢ଼ିଗଲାଣି ଯେ, ଲୋକମାନେ ହାତୀ ନାଁ ଶୁଣିଲେ ଭୟ କରୁଛନ୍ତି । ଜଙ୍ଗଲ ନଷ୍ଟ ପାଇଁ ହାତୀମାନେ କେତେବେଳେ ରେଳ ଟ୍ରାକ ଉପରକୁ ଆସୁଛନ୍ତି ତ ପୁଣି କେତେବେଳେ ଶିକାରୀର ଶିକାର ହେଉଛନ୍ତି । ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ କେତେକ ହାତୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ବିଦ୍ୟୁତ ସଂସ୍ପର୍ଶ, ସଡ଼କ ଦୁର୍ଘଟଣାରେ ହାତୀ ମାନଙ୍କର ମୃତ୍ୟୁ ହେଉଛି ।
ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ସୂଚନା ଅନୁସାରେ, ହାତୀ ମୃତ୍ୟୁର ନିରାକରଣ ପାଇଁ ହାତୀମାନଙ୍କର ଉପଯୁକ୍ତ ସୁରକ୍ଷା ପାଇଁ ପ୍ରଥମେ ବାସ ଘରର ନିର୍ମାଣ, ଖାଦ୍ୟ ପାଇଁ ଜଙ୍ଗଲର ସୃଷ୍ଟି, ଜଙ୍ଗଲରେ ନିଆଁ ଲାଗିଲେ ତାକୁ ରୋକିବାର ବ୍ୟବସ୍ଥା, ଶିକାର କରୁଥିବା ଲୋକମାନଙ୍କ ପ୍ରତି ସଠିକ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ନିଆଯିବ ଦରକାର ।
ଆଗକୁ ପଢ଼ନ୍ତୁ : ଏବେ ଚିନ୍ତାର ବିଷୟ ପାଲଟିଛି ଅଠରନଳାର ସଂରକ୍ଷଣ