ହକି ବିଶ୍ବକପ୍-୨୦୨୩: ଦୁଇ ଆଇଏଏସ ଅଧିକାରୀଙ୍କୁ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ
Khabar Odisha:Hockey-World-Cup-2023-Additional-charge-of-two-IAS-officers-as-OSD
ଭୁବନେଶ୍ବର, ଅକ୍ଟୋବର ୪(ଖବର ଓଡ଼ିଶା)

ଆଗାମୀ ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବକପ୍-୨୦୨୩। 

ରାଷ୍ଟ୍ରୀୟ ପ୍ରତିଯୋଗିତାରେ ମୋଟ ୪୪ ମ୍ୟାଚ୍ ଖେଳାଯିବ। ତେବେ ଏହାକୁ ଦୃଷ୍ଟି ରେ ରଖି ଓଡ଼ିଶା ସରକାର ଦୁଇଜଣ ଆଇଏସ ଅଧିକାରୀଙ୍କୁ ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନି‌ର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଓ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନି‌ର୍ଦେଶକ ରଘୁ ଜିଙ୍କୁ ବି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି।

 ସେହି ପରି ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନି‌ର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

  • Tags:

Subscribe

National International State Sports Entertainment