ତିନି ଦିନିଆ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ ପ୍ରଥମ ଦିନରେ ସବଡେଗା ବ୍ଲକ ଭୋଜପୁର ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟକୁ ଯାଇ କୁନି କୁନି ପିଲାଙ୍କ ସହ କଥାହେବା ସଙ୍ଗେସଙ୍ଗେ ପାଠପଢ଼ା କଥା ପଚାରି ବୁଝିଲେ ଏବଂ ଏହା ସହିତ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବୁଲିଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ମାଆ ଓ ଶିଶୁ ମାନଙ୍କୁ କିଭଳି ପୋଷଣ ଯୁକ୍ତ ଖାଦ୍ୟ ମିଳିପାରିବ ସେଥଇପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ ରାଜ୍ୟପାଳ । ଏନେଇ ଅଧିକାରୀ ମାନଙ୍କୁ ମଧ୍ୟ ତାଗିଦ୍ କରିଥିଲେ । ସେହିଭଳି ପ୍ରାଥମିକ ବିଦ୍ୟାଳୟ ଯାଇ କିଭଳି ଡ୍ରପଆଉଟ ରୋକାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ଶେଷରେ ରାଜ୍ୟପାଳ ଶ୍ରୀ ଦାସ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ।
ଅଧିକ ପଢନ୍ତୁ :- ଶ୍ରମିକ ମହାସଂଘ ପକ୍ଷରୁ ୮ ଘଣ୍ଟିଆ ନୂଆପଡା ବନ୍ଦ