ଭୁବନେଶ୍ୱର: ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୦୮.୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୪ ହଜାର ୩୦୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୯୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି ।
ତେବେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର କୁ ଜଳ ପ୍ରବେଶ ବୃଦ୍ଧି ହେଉଥିବାରୁ ହୀରାକୁଦ ରୁ ମୋଟ୍ ୨୦ ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି । ସୋମବାର ସକାଳ ୮ଟା ୩୯ ମିନିଟ ସୁଦ୍ଧା ମୋଟ୍ ୨୦ ଗୋଟି ଗେଟ୍ ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏବେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଅଧିକ ମାତ୍ରାରେ ପାଣି ହୀରାକୁଦକୁ ଆସୁଛି ବୋଲି ଜଣାପଡିଛି ।