ଅସୁସ୍ଥ ଓଲିଉଡ଼ର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି | ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ତେବେ ତାଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଅର୍ଥ ଆବଶ୍ୟକ । ତାଙ୍କୁ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରାଯାଇଛି । ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦୋସ୍ତି ଚଳଚ୍ଚିତ୍ରରେ ତାଙ୍କର କମେଡି ଭୂମିକାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ସେହିପରି ଲଭ ମାଷ୍ଟର, ବାହୁଡିବେ ମୋ ଜଗା ବଳିଆ,ଜୟ ଜଗନ୍ନାଥ,ହାତ ଧରି ଚାଲୁଥା,ଡାହା ବାଳୁଙ୍ଗା ଆଦି ୩୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି । ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି।