ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ମୁଣ୍ତ ଉପରେ ନିର୍ବାଚନ ଥିବାରୁ ରାଜ୍ୟରେ ଦେଖିବାକୁ ମିଳିଛି ପୂରା ନିର୍ବାଚନୀ ମାହୋଲ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଷ୍ଟାର ପ୍ରଚାରକ ତାଲିକାରେ ଆଉ ଜଣେ ଷ୍ଟାରଙ୍କ ନାମ ଯୋଡି ହୋଇଗଲାଣି। ତବେ ସେ ଆଉ କେହି ନୁହଁ ସେ ହେଉଛନ୍ତି ବଲିଉଡର ଡ୍ରିମ ଗାର୍ଲ ହେମା ମାଲିନୀ । ଓଡିଶାରେ ବିଜେପି ତରଫରୁ ପ୍ରଚାର କରିବେ ହେମା ମାଳିନୀ । ମଥୁରାର ସଂସଦ ତଥା ବଲିଉଡର ଡ୍ରିମ ଗାର୍ଲ ରାଜ୍ୟର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମାଙ୍କ ସ୍ଥାନ ରହିଛି ।
ତେବେ ହେମା ମାଳିନୀ କେବେ ଓଡିଶା ଆସିବେ ଓ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆସନ୍ତାକାଲି ଓଡିଶାକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ରାୟଗଡା ଆସୁଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 10 ତାରିଖ ଦିନ ରାଜଧାନୀରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀ ବିହାର ଯାଏଁ ଏକ ବିଶାଳ ରାଲି କରିବେ ବୋଲି ସୂଚନା ମିଳିଛି ।
ଅଧିକା ପଢନ୍ତୁ:ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ