ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଶିବ ପ୍ରସାଦ । ସଙ୍ଘର୍ଷ କରି ପରିବାର ଚଳାଉଛନ୍ତି ଦିବ୍ୟାଙ୍ଗ । ସଡକ ଦୁର୍ଘଟଣାରେ ବାମ ଗୋଡ ହରାଇ ଦିବ୍ୟାଙ୍ଗ ହୋଇଥିଲେ ଶିବ ପ୍ରସାଦ । ସଙ୍ଘର୍ଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘି ପାରେ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଶିବ ପ୍ରସାଦ। ଜୀବନ ଯୁଦ୍ଧରେ ଅନେକ ବାଧା ବିଘ୍ନ ଆସିଥାଏ । ଜୀବନରେ ସବୁ ସମୟରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ମଧ୍ୟ ପଡିଥାଏ ।
ମାତ୍ର ଜୀବନ ଯୁଦ୍ଧ ରେ ସେ କେବେ ହାରି ଯାଇ ନାହାନ୍ତି ଶିବ ପ୍ରସାଦ । ଗୋଟିଏ ଗୋଡ ହରାଇବା ପରେ ମଧ୍ଯ ବାପା ମାଙ୍କ ଉପରେ ବୋଝ ନ ହୋଇ ପରିବାର ପ୍ରତିପୋଷଣ ପାଇଁ ସାଇକେଲ ମରାମତି ଦୋକାନ ଖୋଲିବା ସହ ମାଟିରେ ବିଭିନ୍ନ ପ୍ରକାର ର ହାଣ୍ତି ମାଠିଆ ଇତ୍ୟାଦି ତିଆରି କରି ବିକ୍ରି କରୁଛନ୍ତି । ଆଜିର ଯୁବପିଢ଼ି ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶିବ ପ୍ରସାଦ ।
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଚକଅର୍ଜୁନି ଗ୍ରାମର ବାସିନ୍ଦା ହେଉଛନ୍ତି ଶିବ ପ୍ରସାଦ ବେହେରା । ସେ ଅତ୍ୟନ୍ତ ଗରିବ ପରିବାର ର ହୋଇଥିବା ରୁ ମାଟ୍ରିକ ପାସ କରିବା ପରେ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସବୁଦିନ ଭଳି କମ୍ପାନୀ ରୁ ଡ୍ୟୁଟି ସାରି ଫେରୁଥିଲେ । ହେଲେ କିଏ ଜାଣିଥିଲା ଭାଗ୍ୟ ଏପରି ଦାଉ ସାଜିବା ବୋଲି । ରାସ୍ତା ପାରିହେବା ସମୟରେ ଏକ ଅଜଣା ଟ୍ରକ ଦ୍ରୂତଗତିରେ ଆସି ଶିବ ପ୍ରସାଦ ଙ୍କୁ ଧକ୍କା ଦେଇ ତାଙ୍କ ବାମ ଗୋଡ ଉପରେ ଚକା ଚଢି ଯାଇ ଥିଲା । ସେହି ଦୁର୍ଘଟଣାରେ ତାଙ୍କର ଜୀବନ ବଂଚିଯାଇଥିଲା ସତ କିନ୍ତୁ ବାମ ଗୋଡ ଟି ସମ୍ପୂର୍ଣ୍ଣ କାଟି ଦିଆ ଯାଇ ଥିଲା । ରୋଜଗାରିଆ ପୂଅ ପଙ୍ଗୁ ହୋଇଯିବା ରୁ ସମସ୍ତେ ଭୋକ ଉପାସ ରେ ଭଙ୍ଗା ଦଦରା ଘରେ ଦୟନୀୟ ଜୀବନ ବିତାଉଛନ୍ତି । ସାହାଯ୍ୟ ପାଇଁ ଆବେଦନ କରିବା ସତ୍ୱେ ମଧ୍ୟ ତାଙ୍କ ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର ।
ବାପା ମାଙ୍କ ବୃଦ୍ଧା ବୟସ ବେଳେ ପଙ୍ଗୁ ହୋଇଗଲେ ପୁଅ । ଶିବ ପ୍ରସାଦଙ୍କ ବାପା ସଦାଶିବଙ୍କ ସାଇକେଲ ମରାମତି ଦୋକାନ ରେ ଯାହା କିଛି ରୋଜଗାର ହୁଏ ଏବଂ ଏହା ସହ ଅବସର ସମୟରେ ମାଟି ରୁ ବିଭିନ୍ନ ପ୍ରକାର ହାଣ୍ତି , ମାଠିଆ ଇତ୍ୟାଦି ତିଆରି କରି ଦୋକାନରେ ବିକ୍ରି କରୁଛନ୍ତି । ବାପାଙ୍କ ସହ ସହଯୋଗ ଦେଉଛନ୍ତି ଶିବ ପ୍ରସାଦ । ସେଥିରୁ ପରିବାର ଲୋକେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ମାତ୍ର ରହିବା ପାଇଁ ଘର ଖଣ୍ତିଏ ନଥିବାରୁ ଭଙ୍ଗା ଦଦରା ପଲିଥିନ ଘୋଡା ହୋଇଥିବା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏପରିକି ଅନ୍ତଦୋୟ ଯୋଜନା ରେ ୩୫ କେଜି ଚାଉଳ, ରହିବା ପାଂଇ ଆବାସ ଯୋଜନା ରେ ପକ୍କାଘର ଏବଂ ବ୍ୟଟ୍ରି ଚାଳିତ ସାଇକେଲ ଟିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ଯନ୍ତ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ନପାତ କରୁ ନାହାନ୍ତି । ଯଦି ସରକାର ଏହି ଏସବୁ ଦେବେ ତେବେ ପୁଅକୁ ଖୁସି ମିଳିବ ବୋଲି ଶିବ ପ୍ରସାଦଙ୍କ ବାପା ।
ଶିବ ପ୍ରସାଦ ଦୁର୍ଘଟଣା ଜନିତ ଦିବ୍ୟାଙ୍ଗ ହୋଇଥିବା ସତ୍ୱେ ପରିବାର ଉପରେ ବୋଝ ନହୋଇ ନିଜ ର ଶାରୀରିକ ଅକ୍ଷମତା କୁ ଭୃକ୍ଷେପ ନକରି ପରିବାର ପ୍ରତିପୋଷଣ ସହ ବଞ୍ଚିବା ପାଇଁ କରୁଥିବା ଏହି ସଙ୍ଘର୍ଷ ଆଜିର ଯୁବପିଢୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଏହି ଅସହାୟ ପରିବାର କୁ ସହଯୋଗ ର ହାତ ବଢାନ୍ତି ତାହାଲେ ଏମାନେ ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।