ଆଜି ନେତାଜୀ ବସ୍ ଟର୍ମିନାଲ ସହ କଟକ ସହର ପାଇଁ ୧୨ଟି ନୂଆ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୫ ଏକର ଜାଗା ଉପରେ ତିଆରି ହୋଇଥିବା ରାଜ୍ୟର ଏହି ବୃହତ ବସ୍ ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୯୦ କୋଟି। ଏଠାରୁ ୫ ଶହ ବସର ଯିବା ଆସିବା ସୁବିଧା ସହ ରହିଛି ୧୯୨ଟି ବସ୍ର ରହଣୀ ବ୍ୟବସ୍ଥା। ସେହିପରି ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ, ଏଟିଏମ କାଉଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଆହାର କେନ୍ଦ୍ର ଓ ମୋବାଇଲ ଚାର୍ଜିଂ ପଏଣ୍ଟ ଆଦି ରହିଛି।
ତେବେ ବିଭିନ୍ନ ଦାବିଗୁଡ଼ିକୁ ଅଣଦେଖା କରି ତରବରିଆ ଭାବେ ବସ୍ ଟର୍ମିନାଲ ଉଦଘାଟନ କରାଯାଇଥିବା ଅଭିଯୋଗ ଆଣି ଗର୍ଜିଛନ୍ତି ବିଜେପି ଓ କଂଗ୍ରେସ। କେବଳ ରାଜନୀତିକ ଦଳ ନୁହେଁ, ସ୍ଥାନୀୟ ବାସିନ୍ଦା ବି ଅସନ୍ତୋଷ ପ୍ରକାଶ କରିଛନ୍ତି।