ଚଳିତ ବର୍ଷ ୯ ଦିନ ଧରି ଚାଲିବ ବାଲିଯାତ୍ରା, ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ
Khabar Odisha:Bali-Yatra-will-continue-for-9-days-this-year-plot-allotment-from-October-28-to-October-7
କଟକ,ସେପ୍ଟେମ୍ବର 27(ଖବର ଓଡ଼ିଶା):

 ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରା ଚଳିତ ବର୍ଷ ୩୪ ଏକରରେ ଅନୁଷ୍ଠିତ ହେବାକୁ ପୁର୍ବରୁ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଏହା ୯ ଦିନ ଧରି ଚାଲିବାକୁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ନଭେମ୍ବର ୮ରୁ ୧୬ ପର୍ଯ୍ୟନ୍ତ ହେବ ବାଲିଯାତ୍ରା । ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ ହେବା ନେଇ ସୂଚନା ମିଳିଛି । ଏନେଇ ଲୋକଙ୍କ ସୁବିଧା ସୁଯୋଗ,ଗାଡ଼ି ପାର୍କିଂ ବ୍ୟବସ୍ଥା,ଟ୍ରାଫିକ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଦୀର୍ଘ ଦିନ ପରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଲୋକଙ୍କ ସମାଗମ ଅଧିକ ହେବା ନେଇ ଆଶଙ୍କା କରାଯାଉଛି । ଅନ୍ୟ ପଟେ ଏହି ଯାତ୍ରା ପରିସର ୩୪ ଏକର ଜାଗା ଭିତରେ ସୀମିତ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ।

ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ ବୋଲି କହିଥିଲେ ଏନ୍‌ଜିଟି ।

  • Tags:

Subscribe

National International State Sports Entertainment