ସକାଳୁ ସକାଳୁ ମୁଣ୍ତ ଫଟା ଖରା ସଙ୍ଗକୁ ଗୁଳୁଗୁଳି । ଖରା ସଙ୍ଗକୁ ଗୁଳୁଗୁଳିରେ ଜୀବନ ପୁରା ଅସ୍ଥବ୍ୟସ୍ତ । ସକାଳ ୮ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ଟପିଲାଣି । ତେବେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ପାରାଦୀପରେ ୩୩.୪, ଭୁବନେଶ୍ବରରେ ୩୩.୨ ଓ ଭବାନୀପାଟଣାରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିକୁ କମଇ ପାରିନାହିଁ । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର ତେଜରେ ତାପମାତ୍ରା ବୃଦ୍ଧି ପାଇଛି ।
ଆଗାମୀ ୨୪ ଘଣ୍ଟା ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ କାଳବୈଶାଖୀ ପ୍ରଭାବରେ ଆଗାମୀ ୩ଦିନରେ ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ଦିନରେ ଦିନ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ଉଷ୍ମ ଓ ଆଦ୍ର ପାଣିପାଗ ନେଇ ଆସନ୍ତା କାଲି ୯ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୧୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ନେଇ ୟେଲୋ ୱାଣ୍ଡିଂ ଜାରି ହୋଇଛି। ୨୬ ତାରିଖରୁ ପୁଣି ବଢିବ ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି।
ଅଧିକା ପଢନ୍ତୁ: ଆହୁରି ବଢ଼ିବ ତାତି