ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ, ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
Khabar Odisha:Another-light-pressure-in-the-next-24-hours-the-Yellow-Warning-issued-by-the-Regional-Meteorological-Center
ଭୁବନେଶ୍ୱର, ଅଗଷ୍ଟ ୦୮ (ଖବର ଓଡ଼ିଶା):

୨୪ ଘଣ୍ଟାରେ ଲଘୁଚାପ, ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା  । ଉତ୍ତର ପଶ୍ଚିମ ବଙ୍ଗାପସାରରେ ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉକ୍ତ ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।ଏହାସହ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି  ।

ତେବେ ଏସବୁ ପ୍ରଭାବରେ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ମୟୂରଭଂଜ, କଳାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ।

ସେହିପରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି  । ୧୦ ତାରିଖରୁ କିଛି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି କେନ୍ଦ୍ର  । ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ମସ୍ତ୍ରଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି  ।

  • Tags:

Subscribe

National International State Sports Entertainment