ବିବାଦରେ ମନ୍ତ୍ରୀଙ୍କ ହତ୍ୟାର କ୍ରାଇମସିନ୍ ରିକ୍ରିଏସନ୍ ! ଖବର ଓଡିଶା : 08/02/2023: Share story: ବିବାଦରେ ଗୋପାଳଙ୍କ କ୍ରାଇମସିନ୍ ରିକ୍ରିଏସନ୍ | ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୨୭ର ନିୟମ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ । ସୂଚନା ମୁତାବକ କ୍ରାଇମସିନ୍ ରିକ୍ରିଏସନ ବେଳେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା ୨୭ର ଖୋଲା ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ଏହି ଧାରା ଅନୁଯାୟୀ ଅଭିଯୁକ୍ତ ସିନ୍ ରିକ୍ରିଏସନ୍ ସ୍ୱତଃପ୍ରବୃତ ଭାବେ ବା ପୂର୍ବ ଭଳି ସମାନ ଢଙ୍ଗରେ କରିଥାଏ କିନ୍ତୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୋପାଳର ହାତକୁ ଧରି ବିଭିନ୍ନ ଅଙ୍ଗଭଙ୍ଗୀ ସମ୍ପର୍କରେ ନିଜେ କହି କହି ସିନ୍ ରିକ୍ରିଏସନ୍ କରାଉଥିଲେ ବୋଲି ଅଭିଯୋଗ। ନବ ଦାସଙ୍କୁ ସର୍ବସମ୍ମୁଖରେ ଗୋପାଳ ଦାସ ଗୁଳି ମାରିଥିବା କୁହାଯାଉଛି । ହେଲେ ଏହି ଦୃଶ୍ୟ ଦେଖିଥିବା କୌଣସି ବି ସାକ୍ଷୀ କ୍ରାଇମସିନ୍ ରିକ୍ରିଏସନ ବେଳେ ଉପସ୍ଥିତ ନ ଥିଲେ । ଭିଡିଓରେ ଗୋପାଳ ନବ ଦାସଙ୍କ କାର ନିକଟକୁ ଯାଉଛନ୍ତି ହେଲେ ଗୁଳି ଫୁଟାଇବାର କୌଣସି ଦୃଶ୍ୟ ନାହିଁ । ମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ତାହା ମଧ୍ୟ ଜଣାପଡ଼ିନାହିଁ । ସରିଲାଣି ଦଶତୁଠ କାମ । ନବଙ୍କ ପୁଅ ପ୍ରୟାଗରାଜ ରେ ଯାଇ ବାପାଙ୍କ ଅସ୍ଥି ବିର୍ସଜନ କରିସାରିଲେଣି । ଅଥଚ ନବ ଦାସଙ୍କୁ କାହିଁକି ପୋଲିସ ଏଏସଆଇ ଗୋପାଳ ଦାସ ଡ୍ୟୁଟିରେ ଥିବାବେଳେ ଗୁଳିମାରିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସବୁରି ମହଲରେ ପ୍ରଶ୍ନ ଉଠିଛି । ଗୋପାଳକୁ ରିମାଣ୍ଡ ପରେ ରିମାଣ୍ଡରରେ ନିଆଗଲା ମଧ୍ୟ ସତ ଏଯାଏଁ ପଦାକୁ ନଆସିବା ଚିନ୍ତାର ବିଷୟ ପାଲଟିଛି । ଆଉ ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରଛନ୍ତି ବିରୋଧୀଦଳ ଆଉ ସିଧାସିଧା ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ପୋଲିସର କାର୍ଯ୍ୟକୁ ନେଇ ଉଠାଇଛନ୍ତି ପ୍ରଶ୍ନ । Crime Crimebranch Odisha KhabarOdisha ଖବର ଓଡ଼ିଶା, Reporter, 08/02/2023