ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର, ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା ଜଗତସିଂହପୁର, ମେ 16(ଖେବର ଓଡିଶା): Share story: ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର । ତେବେ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା କଲେ ଡ଼ାକ୍ତର । ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତ୍ତୋଳ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାଡ଼ମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ ଘରେ ନିଆଁ ଲାଗିଯାଇଥିବା ବେଳେ ସେ ନିଜେ ଏଥିରେ ଜଳିଯାଇଥିଲେ । ପରେ ଅଗ୍ନିଶମବାହୀନି ଦ୍ୱାରା ଏହାକୁ ଆୟତ୍ତ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଖବର ଓଡ଼ିଶା, Reporter, 16/05/2022